• Fri. Apr 17th, 2026

SI ପରୀକ୍ଷା ଜାଲିଆତି:ବର୍ଷିଲା ବିଜେଡି

ByNewsodisha

Oct 4, 2025

ନିୟୁଜ ଓଡିଶା ଲାଇଭ ବ୍ୟୁରୋ : ପୋଲିସ ଏସଆଇ ପରୀକ୍ଷା ଘୋଟାଲା ପ୍ରସଙ୍ଗକୁ ନେଇ ବିଜେଡିର ସିବିଆଇ ତଦନ୍ତ ଦାବି ଦୋହରାଇଛି। ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଯେଭଳି ତଦନ୍ତ ଚାଲିଛି ତାହା ମୁଖ୍ୟ ଦୋଷୀକୁ ଧରିବାରେ ସଫଳ ହେବ କି ବୋଲି ପ୍ରଶ୍ନ କଲା ବିଜେଡି। ତଦନ୍ତର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇବା ସହ ଓପିଆରବି ଅଧ୍ୟକ୍ଷ ଓ ଗୃହ ସଚିବ କାହିଁକି ତଦନ୍ତ ପରିସରଭୁକ୍ତ ହେଉ ନାହାନ୍ତି ବୋଲି ଦଳ ପ୍ରଶ୍ନ କରିଛି। କେଉଁ ଗାଇଡ଼ଲାଇନ ଦ୍ୱାରା ପରୀକ୍ଷା ପରିଚାଳନା ପାଇଁ ତିନୋଟି ସଂସ୍ଥାକୁ ଆଉଟସୋର୍ସ କରାଯାଉଛି। ଚୋରଙ୍କୁ ଧରିବା ବଦଳରେ ଖସିଯିବା ପାଇଁ ବ୍ୟବସ୍ଥା ହୋଇଥିଲା କି? ଖସିଯିବା ପାଇଁ ବାଟ ରଖି ତିନୋଟି ଏଜେନ୍ସିକୁ ଆଉଟସୋର୍ସ କରାଯାଇଛି। ଏଥିପାଇଁ କଣ ଗାଇଡ଼ଲାଇନ ରହିଛି ଓ କାହା ଦସ୍ତଖତ ରେ ଅନୁମତି ମିଳିଛି। କମିଟିରେ କିଏ କିଏ ସଦସ୍ୟ ରହିଛନ୍ତି। ରାଜ୍ୟବାସୀ ଏହାକୁ ଜାଣିବାକୁ ଚାହୁଁଛନ୍ତି ବୋଲି କହିଛି ବିଜେଡି। ତଦନ୍ତକୁ ନେଇ ସମସ୍ତେ ସନ୍ଦେହରେ। ସିଲିକନ, ଓପିଆରବି ଅଧ୍ୟକ୍ଷ ଓ ଗୃହ ସଚିବ ତିନି ଜଣଙ୍କର ଏକ କମନ ଲିଙ୍କ ହେଉଛି ଢେଙ୍କାନାଳ। ଏହାର ତଦନ୍ତ ହେଉ ବୋଲି ଦାବି କଲା ଦଳ। ଭବିଷ୍ୟତ ପିଢୀ ସହ ଚାଲିଛି ଖେଳ। ମୁଖ୍ୟମନ୍ତ୍ରୀ ଯଦି ସ୍ୱଚ୍ଛତା ଚାହୁଁଛନ୍ତି ଏମାନଙ୍କୁ ତୁରନ୍ତ ତଦନ୍ତ ପରିସରଭୁକ୍ତ କରାଯାଉ। ୬ ମାସରେ କେତେ ଥର ପରୀକ୍ଷା ପ୍ରକ୍ରିୟାକୁ ରିଭ୍ୟୁ କରାଯାଉଛି। ଘଟଣାର ଯିଏ ତଦନ୍ତ କରୁଛନ୍ତି ସେ ଓପିଆରବି ଅଧ୍ୟକ୍ଷଙ୍କ ବନ୍ଧୁ। ସିବିଆଇ ତଦନ୍ତ ଦାବି ହୋଇଛି। ମୁଖ୍ୟମନ୍ତ୍ରୀ ତୁରନ୍ତ ଏହି କେସକୁ ସିବିଆଇକୁ ହସ୍ତାନ୍ତର କରନ୍ତୁ।

ଯଦି ଯୁବ ପିଢିଙ୍କ ଭବିଷ୍ୟତ ଚାହୁଁଛନ୍ତି। ନ ହେଲେ ମୁଖ୍ୟମନ୍ତ୍ରୀଙ୍କ ସମ୍ପୃକ୍ତି ବୋଲି ଧରିନିଆଯିବ। ଆଗରୁ ସବୁ କ୍ଷେତ୍ରରେ ସମ୍ଭାବନା ଦେଖା ଯାଇଥିଲା। ଏବେ ସବୁ ଭାଙ୍ଗିଯାଇଛି। ରାଜ୍ୟରକ୍ଷମତା ଏବେ ଦିଲ୍ଲୀରେ। ଯଦି ସତରେ ମୁଖ୍ୟମନ୍ତ୍ରୀଙ୍କର କ୍ଷମତା ଅଛି କରିକି ଦେଖାନ୍ତୁ। ମୋବାଇଲ ଫୋନ ଏଠି ଓ ଚାର୍ଜର ଦିଲ୍ଲୀରେ ବୋଲି କହିକି ସମାଲୋଚନା କଲା ଦଳ। ଯୁବ ପିଢ଼ି ତାତିଲେଣି  ମାତିଲେଣି ଓ ଯୁବ ସମାଜକୁ

ଜବାବ ଦେବାକୁ ପଡିବ। ଜବ ସ୍କାମ ର ତଦନ୍ତ ଲୁଚାଇବାକୁ ଅପଚେଷ୍ଟା ଚାଲିଛି। ତଦନ୍ତକୁ ଭିନ୍ନ ଦିଗରେ ନେବାକୁ ଉଦ୍ୟମ ଚାଲିଛି ବୋଲି ଅଭିଯୋଗ ଆଣିଲା ଦଳ। ଆସନ୍ତା ୬ ତାରିଖରେ ଏହି ପ୍ରସଙ୍ଗରେ ବିଜେଡି ଆନ୍ଦୋଳନ କରିବ। ଏଥିରେ ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ ସାମିଲ ହେବ। ଏପରିକି ପରୀକ୍ଷାର୍ଥୀମାନେ ବି ସାମିଲ ହେବେ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *