• Sun. Nov 9th, 2025

Kantara Chapter1: ଭାଙ୍ଗିବ କି ପୂର୍ବ ରେକର୍ଡ, ରିଲିଜ ହେଲା କାନ୍ତରା ଚାପ୍ଟର-୧

ByNewsodisha

Oct 4, 2025

ସେଇ ପୁରୁଣା ଷ୍ଟାଇଲ୍, ସେଇ ପୁରୁଣା ଛାତି ଥରା ଦୃଶ୍ୟ, ସେଇ ପୁରୁଣା ବିଜିଏମ୍। ରିଲିଜ୍ ହୋଇଛି ବହୁ ପ୍ରତିକ୍ଷିତ ପାନ୍ ଇଣ୍ଡିଆ ଫିଲ୍ମ ‘କାନ୍ତରା ଚାପ୍ଟର-୧’। ମୂଳ କନ୍ନଡ଼ ଭାଷାର ଏହି ସିନେମାରେ ରିଷଭ ସେଟ୍ଟୀ ପୁଣି ଥରେ ନିଜ ଅନ୍ଦାଜରେ ଓହ୍ଲାଇଛନ୍ତି। ଏଥର ଟିକିଏ ବଡ଼ କାନଭାସରେ ଫିଲ୍ମ ପରଦାକୁ ଆସିଛି । ସବୁଠୁ ବଡ଼ କଥା ହେଉଛି ଏହା ୨୦୨୨ରେ ରିଲିଜ୍ ‘କାନ୍ତରା’ର ପୂର୍ବ କାହାଣୀ। ସବୁବେଳେ ସିକ୍ବେଲ୍ ରିଲିଜ୍ ହେଉଥିଲା ବେଳେ ଏହି ସିନେମାରେ ପ୍ରିକ୍ବେଲ୍ ପରଦାକୁ ଆସିଛି । ଏହାର ଲୁକ୍ସ, ମ୍ୟୁଜିକ୍ ତାସହ ଚରିତ୍ର ଚିତ୍ରଣର ହିଁ ଦିୱାନା ଥିଲେ ଫ୍ୟାନ୍। ତେଣୁ ଏଥର ବି ସେମିତି କିଛି ପାଇବାର ଆଶା ରଖିଛନ୍ତି ସମସ୍ତେ।ରିଷଭ ସେଟ୍ଟୀ ପୁଣିଥରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି, ରୁକ୍ମିଣୀ ବସନ୍ତ, ଜୟରାମ ଏବଂ ଗୁଲସନ ଦେବୈୟାଙ୍କ ସହିତ । ଟ୍ରେଲରଟି ନିକଟରେ ରିଲିଜ୍ ହୋଇଥିଲା ଏବଂ ଏହାକୁ ସକାରାତ୍ମକ ପ୍ରତିକ୍ରିୟା ମିଳିଛି । 

kantara 2
kantara 2 Photograph: (google)

ରିଷଭ ଶେଟ୍ଟୀ ଜଣେ ପ୍ରସିଦ୍ଧ କନ୍ନଡ ଅଭିନେତା, ନିର୍ଦ୍ଦେଶକ ଏବଂ ପ୍ରଯୋଜ କ। ସେ ତୁଘଲକ (୨୦୧୨) ସହିତ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହା ପରେ ସେ ଉଲିଦାଭାରୁ କାନ୍ଦାନ୍ତେ (୨୦୧୪) ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ । ସେ ରିକି (୨୦୧୬) ସହିତ ତାଙ୍କର ନିର୍ଦ୍ଦେଶନାରେ ଡେବ୍ୟୁ କରିଥିଲେ । ତାଙ୍କର ପରବର୍ତ୍ତୀ ନିର୍ଦ୍ଦେଶନା, କିରିକ ପାର୍ଟି (୨୦୧୬) ବଡ଼ ହିଟ୍ ହୋଇଥିଲା, ଯାହା ତାଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପାଇଁ ଫିଲ୍ମଫେୟାର ପୁରସ୍କାର ଏବଂ ଶ୍ରେଷ୍ଠ ନିର୍ଦ୍ଦେଶକ ପାଇଁ SIIMA ପୁରସ୍କାର ଦେଇଥିଲା ।

Leave a Reply

Your email address will not be published. Required fields are marked *