• Sat. Sep 20th, 2025

ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ପରେ ସରକାରଙ୍କୁ ଘେରିଲା କଂଗ୍ରେସ; କେମିତି ତାଙ୍କ ମୃତ୍ୟୁ ହେଲା ?

ByNewsodisha

Aug 3, 2025

ଭୁବନେଶ୍ବର: ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ପରେ ସରକାରଙ୍କୁ ଘେରିଲା କଂଗ୍ରେସ। ରାଜ୍ୟ ମହିଳା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ କଡ଼ା ସମାଲୋଚନା କରିଛି କଂଗ୍ରେସ । ପୀଡିତାଙ୍କ ବୟାନ ବାରମ୍ବାର ରେକର୍ଡ କରାଯାଇଛି । ୬ଦିନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ସେ ଧୀରେ ଧୀରେ ସୁସ୍ଥ ହେଉଥିବା କଥା କହିଛନ୍ତି । କେମିତି ତାଙ୍କ ମୃତ୍ୟୁ ହେଲା ? ତାହା ସନ୍ଦେହ ସୃଷ୍ଟି କରୁଛି । ଏହା ଆତ୍ମହତ୍ୟା ନୁହେଁ ଷଡଯନ୍ତ୍ର କରି ହତ୍ୟା କରାଯାଇଛି । ଦୁଃଖୀ ଶ୍ୟାମ ସ୍ୱାଇଁଙ୍କ ଖୋଜ ଖବର ନମିଳିବା, ପୋଡିଥିବା ୩ଜଣ ଦୁର୍ବୃତ୍ତଙ୍କର ବୟାନ ସନ୍ଦେହ ସୃଷ୍ଟି କରୁଛି ।ବଳଙ୍ଗା ଘଟଣାରେ ସ୍କ୍ରିପ୍ଟ ଲେଖା ସରିଥିଲା । ଉପ ମୁଖ୍ୟମନ୍ତ୍ରୀ, ଓଡିଶା ପୋଲିସ ଓ ନାବାଳିକା ବାପାଙ୍କ ସ୍କ୍ରିପ୍ଟ ସମାନ । ଏମିିତି ସ୍କ୍ରିପ୍ଟ ସମାନ କେମିତି ହେଲା । ବିଜେପି ଅଫିସରେ ସ୍କ୍ରିପ୍ଟ ଲେଖା ହୋଇ ଅଣାଯାଇନିତ । ଉପ ମୁଖ୍ୟମନ୍ତ୍ରୀଙ୍କୁ ଘଣ୍ଟ ଘୋଡେଇବା ପାଇଁ ଓ ତାଙ୍କ ପଦବୀଙ୍କୁ ସୁରକ୍ଷିତ ରଖିବା ଏଭଳି କରାଯାଇଥିବା ଲୋକଙ୍କ ସନ୍ଦେହ ହେଉଛି ବୋଲି କଂଗ୍ରେସ ମୁଖପାତ୍ର ସୋନାଲି ସାହୁ ଅଭିଯୋଗ କରିଛନ୍ତି ।

ଝିଅର ବାପା କହୁଛନ୍ତି ଝିଅର ମାନସିକ ସ୍ଥିତି ଠିକ ନଥିଲା.. ଅନ୍ୟପଟେ ପୋଲିସ କହୁଛି କାହାର ସମ୍ପୃକ୍ତି ନାହିଁ । ସରକାର ଏହି ମାମଲାକୁ ଚାପି ଦେବାକୁ ଚାଁହୁଛନ୍ତି । ୭ଦିନ ଭିତରେ ଡିଜି ଯଦି ମାମଲାର ସମ୍ପୃକ୍ତି ଥିବା ୩ଅଭିଯୁକ୍ତ ଙ୍କୁ ନଧରିବେ ତେବେ ଡିଜି ଅଫିସ ଘେରାଉ କରିବୁ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି । ପୋଲିସର ହଠାତ ରାତିଅଧିଆ ଟ୍ୱିଟ ଅନେକ ସନ୍ଦେହ ସୃଷ୍ଟି କରୁଛି.. ଆକାଶରୁ ନିଆଁ ପଡି କଣ ପୀଡିଡାଙ୍କ ମୃତ୍ୟୁ ହେଲା ? ପୀଡିତାଙ୍କ ଷ୍ଟେଟମେଣ୍ଟର ଭିଡିଓ ରେକଡିଙ୍ଗ ସାମ୍ନାକୁ ଅଣାଯାଉ ଏବଂ ସରକାର ଘଣ୍ଟ ନଘୋଡ଼ାଇ ଅଭିଯୁକ୍ତଙ୍କୁ ଧରନ୍ତୁ ।

ବଳଙ୍ଗା ପୀଡ଼ିତାଙ୍କ ପରିବାରଙ୍କୁ ମହାପ୍ରଭୁ ଜଗନ୍ନାଥ ଅସୀମ ସାହସ, ଶକ୍ତି,ଧର୍ଯ୍ୟ ଦିଅନ୍ତୁ ତାଙ୍କ ପରିବାରକୁ ଏହି ବିପଦ ସମୟରେ। ଗତ ୧୬ ଦିନ ହେଲା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗୋଟିଏ  ପରେ ଗୋଟିଏ ମିଛ କହୁଥିଲେ। ଉପ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଏମ୍ସରେ ଭେଟି ପାରିଲେ ନାହିଁ, ଦିଲ୍ଲୀରେ ଭେଟି ଏକ ତାରକା ହୋଟେଲରେ ଏନଜୟ କଲେ। ନାବାଳିକା ଜଣକ ମୋ ସହ କଥା ହେଲେ ବୋଲି କହିଥିଲେ। କେଉଁ ପ୍ରସଙ୍ଗ ଲୁଚାଉଉନ୍ତି । ୩୮୪ଘଣ୍ଟା ବିତିଗଲା ଦୋଷୀ କିଏ ଜଣା ପଡୁନି । ଏଠି ସତାଧାରୀ ଦଳ ଦୋଷୀ। ଏହି ଘଟଣା ପରେ ପୁରୀ ସାଂସଦ ନିଖୋଜ। ପୁରୀ ଏସପିଙ୍କ ପରିବାପାଣିଆ ପଦାରେ ପଡିଛି। ଉପ ମୁଖ୍ୟମନ୍ତ୍ରୀ ନିଜ ଅଞ୍ଚଳର ଝିଅଙ୍କୁ ସୁରକ୍ଷା ଦେଇପାରିଲେ ନାହିଁ। ଓଡ଼ିଶାରେ ସୁଭଦ୍ରା ମାନେ ଅସୁରକ୍ଷିତ । ଏ ସତାଧାରୀ ଆଶନ ଓ ଶାସନ ଛାଡ଼। ମହିଳା ଉପ ମୁଖ୍ୟମନ୍ତ୍ରୀ ନୀତି ଓ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ଜୟଶ୍ରୀ ପାତ୍ର ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *