• Wed. Jul 29th, 2026

ବିହାର ନିର୍ବାଚନ: ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି, ଜାଣନ୍ତୁ କାହାକୁ ମିଳିଲା ଟିକେଟ୍

ByNewsodisha

Oct 16, 2025

ବିଧାନସଭା ନିର୍ବାଚନକୁ ନେଇ ସରଗରମ ବିହାର ରାଜନୀତି । ଏହାରି ମଧ୍ୟରେ ବିହାରରେ ବିଜେପି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ତୃତୀୟ ପର୍ଯ୍ୟାୟରେ ୧୮ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ରାମନଗରରୁ ନନ୍ଦକିଶୋର ରାମ, ନରକଟିଆଗଞ୍ଜରୁ ସଞ୍ଜୟ ପାଣ୍ଡେ ପ୍ରାର୍ଥୀ । ବଗାହାରୁ ରାମ ସିଂହ, ଲେରିୟାରୁ ବିନୟ ବିହାରୀ ପ୍ରାର୍ଥୀ ହୋଇଛନ୍ତି ।


ସେହିପରି ନୌତନରୁ ନାରାୟଣ ପ୍ରସାଦ, ଚନପଟିଆରୁ ଉମାକାନ୍ତ ସିଂହ, ହରସିଦ୍ଧି(ଏସ୍‌ସି)ରୁ କୃଷ୍ଣ ନନ୍ଦନ ପାଶୱାନ୍‌, କଲ୍ୟାଣପୁରରୁ ସଚିନ୍ଦ୍ର ସିଂହ, ଚୈରିଆରୁ ଲାଲବାବୁ ଗୁପ୍ତା, କୋଚାଧାମନରୁ ବୀଣା ଦେବୀ, ବାୟସୀରୁ ବିନୋଦ ଯାଦବ, ରାଘପୁରରୁ ସତୀଶ ଯାଦବ, ରାମଗଡ଼ରୁ ଅଶୋକ ସିଂହ, ମୋହନିଆରୁ ସଙ୍ଗୀତା କୁମାରୀ, ଭଭୁଆରୁ ଭରତ ବିନ୍ଦ ଏବଂ ଗୋହରୁ ରଣବିଜୟ ସିଂହଙ୍କୁ ପ୍ରାର୍ଥୀ କରିଛି ବିଜେପି । ଏଥିସହ ବିଜେପି ୧୦୧ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଲାଣି ।

ବୁଧବାର ବିହାର ବିଧାନସଭା ନିର୍ବାଚନ ପାଇଁ ବିଜେପିର ଦ୍ୱିତୀୟ ତାଲିକା ପ୍ରକାଶ ପାଇଥିଲା । ଏହି ତାଲିକାରେ ମୈଥିଲି ଠାକୁରଙ୍କ ନାମ ସାମିଲ ଥିଲା । ବିଜେପି ତାଙ୍କୁ ଅଲିନଗରରୁ ଟିକେଟ୍ ଦେଇଛି। ଏହି ତାଲିକାରେ ୧୨ ଜଣ ପ୍ରାର୍ଥୀଙ୍କ ନାମ ରହିଥିଲା । ଚର୍ଚ୍ଚିତ ଲୋକଗୀତ କଣ୍ଠଶିଳ୍ପୀ ମୈଥିଳୀ ଠାକୁରଙ୍କୁ ଅଲିନଗରରୁ ପ୍ରାର୍ଥୀ କରାଯାଇଛି । ସେହିପରି ଆଇପିଏସ୍ ଅଧିକାରୀ ଆନନ୍ଦ ମିଶ୍ରଙ୍କୁ ବକ୍ସରରୁ ପ୍ରାର୍ଥୀ କରାଯାଇଛି । ରଞ୍ଜନ କୁମାରଙ୍କୁ ମୁଜାଫରପୁର ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଇଛି । ସୁରେଶ ଶର୍ମା ପୂର୍ବରୁ ଏହି ଆସନରୁ ବିଜେପି ପ୍ରାର୍ଥୀ ଥିଲେ । ଏଥର ମଧ୍ୟ ସୁରେଶ ଶର୍ମା ଟିକେଟ ଦୌଡ଼ରେ ଥିଲେ, କିନ୍ତୁ ବିଜେପି ରଞ୍ଜନ କୁମାରଙ୍କୁ ଟିକେଟ ଦେଇଛି ।

ବିହାରରେ ବିଧାନସଭା ନିର୍ବାଚନ କେବେ ହେବ?

ବିହାର ବିଧାନସଭା ନିର୍ବାଚନ ଘୋଷଣା କରାଯାଇଛି। ୨୪୩ ବିଧାନସଭା ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ପାଇଁ ନଭେମ୍ବର ୬ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନଭେମ୍ବର ୧୧ ​​ରେ ଭୋଟ୍ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ୧୨୧ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୧୨୨ ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ। ନିର୍ବାଚନ ଫଳାଫଳ ନଭେମ୍ବର ୧୪ ରେ ଘୋଷଣା କରାଯିବ । ବିହାରର ଲୋକମାନେ ନୂତନ ଦଳ ଉପରେ ବିଶ୍ୱାସ କରିବେ ନା ପୁରୁଣା ଦଳକୁ କ୍ଷମତା ହସ୍ତାନ୍ତର କରିବେ ତାହା ଦେଖିବାକୁ ବାକି ରହିଲା।

ମୈଥିଳୀ ଠାକୁର କିଏ ?

ବିଜେପିର ଦ୍ୱିତୀୟ ପ୍ରାର୍ଥୀ ତାଲିକାରେ ସବୁଠାରୁ ପ୍ରମୁଖ ନାଁ ହେଉଛି ମିଥିଳାର ଲୋକଗୀତ ଗାୟିକା ମୈଥିଳୀ ଠାକୁର । ଠାକୁର କିଛି ଦିନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ । ତାଙ୍କୁ ଦରଭଙ୍ଗାର ଅଲୀନଗର ବିଧାନସଭା ଆସନରୁ ଟିକେଟ୍ ଦିଆଯାଇଛି । ରାମଚନ୍ଦ୍ର ପ୍ରସାଦଙ୍କୁ ହୟାଘାଟରୁ ଟିକେଟ୍ ଦିଆଯାଇଛି । ଏହା ପୂର୍ବରୁ ଅକ୍ଟୋବର ୧୪ରେ ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ତାଲିକାରେ ୭୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା । ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ତାରାପୁରରୁ ଟିକଟ ଦିଆଯାଇଛି । ପାର୍ଟିର ପ୍ରଥମ ଲିଷ୍ଟରେ ୯ ମହିଳାଙ୍କ ନାଁ ଥିଲା ଓ ଦ୍ୱିତୀୟ ତାଲିକାରେ ଦୁଇ ମହିଳା ପ୍ରାର୍ଥୀଙ୍କ ନାଁ ରହିଛି । ବିଧାନସଭା ବାଚସ୍ପତି ନନ୍ଦ କିଶୋର ଯାଦବଙ୍କୁ ପାର୍ଟି ଟିକଟ୍ ଦେଇନଥିଲା ।

Leave a Reply

Your email address will not be published. Required fields are marked *