• Fri. Apr 17th, 2026

ଏବେ ଅପରାଧୀଙ୍କୁ ଖୋଜି ଖୋଜି ବାହାର କରିବ AI : ଏହି ଦେଶ ପ୍ରସ୍ତୁତ କରୁଛି ଅପରାଧୀଙ୍କ ସହ ମୁକାବିଲା କରୁଥିବା AI ସିଷ୍ଟମ୍

ByNewsodisha

Aug 19, 2025

ଏବେ ଏହାକୁ ଆଉ ଏକ ପାଦ ଆଗକୁ ନେଇ ଆମେରିକା ସରକାର ଏଆଇ ଦ୍ୱାରା ଅପରାଧୀଙ୍କୁ ଧରିବା ସହିତ ଅପରାଧ ଉପରେ ଲଗାମ ଲଗାଇବା ପାଇଁ ଏଆଇ ପାୱାର୍ଡ କ୍ରାଇମ ପ୍ରେଡିକ୍ସନ ସିଷ୍ଟମ ଆରମ୍ଭ କରିବାକୁ ଘୋଷଣା କରିଦେଇଛନ୍ତି ।

ନିୟୁଜ ଓଡିଶା ଲାଇଭ : ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଆମ ଜୀବନର ଏକ ଅଂଶ ହୋଇଗଲାଣି । ବ୍ୟକ୍ତିଗତ ଗାଇଡେନ୍ସ ଠାରୁ ଆରମ୍ଭ କରି ଅଫିସ କାମରେ ସାହାଯ୍ୟ କରିବା ପର୍ଯ୍ୟନ୍ତ ଏଆଇ ଉତ୍ପାଦନ ବୃଦ୍ଧି କରିବା ସହିତ ଜୀବନକୁ ସହଜ କରିବାରେ ସାହାଯ୍ୟ କରୁଛି । ଏବେ ଏଆଇର ବ୍ୟବହାର କେବଳ ହୋମୱାର୍କ, ରିସର୍ଚ୍ଚ ୱାର୍କ କିମ୍ବା ରୁଟିନ ଟାସ୍କରେ ସୀମିତ ନାହିଁ । ସରକାର ମଧ୍ୟ ମେଡିକାଲ ରିସର୍ଚ୍ଚ ଠାରୁ ଆରମ୍ଭ କରି ଟ୍ରାନ୍ସପୋର୍ଟ ସିଷ୍ଟମ ପର୍ଯ୍ୟନ୍ତ ଏଆଇର ବ୍ୟବହାର କରୁଛନ୍ତି । ଏବେ ଏହାକୁ ଆଉ ଏକ ପାଦ ଆଗକୁ ନେଇ ଆମେରିକା ସରକାର ଏଆଇ ଦ୍ୱାରା ଅପରାଧୀଙ୍କୁ ଧରିବା ସହିତ ଅପରାଧ ଉପରେ ଲଗାମ ଲଗାଇବା ପାଇଁ ଏଆଇ ପାୱାର୍ଡ କ୍ରାଇମ ପ୍ରେଡିକ୍ସନ ସିଷ୍ଟମ ଆରମ୍ଭ କରିବାକୁ ଘୋଷଣା କରିଦେଇଛନ୍ତି । ଏହି ସିଷ୍ଟମ ଅପରାଧ ହେବା ପୂର୍ବରୁ ହିଁ ସମ୍ଭାବ୍ୟ ଘଟଣାର ଅନୁମାନ ଲଗାଇବାରେ ସାହାଯ୍ୟ କରିବ ।

AI Photograph: (Google)

ଆମେରିକାରେ ସରକାର ଡିଟେଲ୍ଡ, ରିୟଲ ଟାଇମ ଏବଂ ଇଣ୍ଟରାକ୍ଟିଭ କ୍ରାଇମ ମ୍ୟାପ ସ୍ପ୍ୟାନିଙ୍ଗକୁ ଡେଭଲପ କରିବାକୁ ଘୋଷଣା କରିଦେଇଛନ୍ତି । ଏହି ମାମଲାର ସୂଚନା ରଖିଥିବା ଅଧିକାରୀଙ୍କ କହିବାନୁସାରେ ଏଆଇ ପାୱାର୍ଡ ସିଷ୍ଟମ ଅପରାଧ ହେବା ପୂର୍ବରୁ ହିଁ “ଏହି ଅନୁମାନ ଲଗାଇବାରେ ସକ୍ଷମ ହେବ ଯେ ଅପରାଧ କେଉଁଠାରେ ହେବାର ସମ୍ଭାବନା ଅଧିକ ରହିଛି । ଏହି ପ୍ରୋଜେକ୍ଟ ଆଡଭାନ୍ସ ଡାଟା ଆନାଲିସିସ ଏବଂ ଇଣ୍ଟରାକ୍ଟିଭ ମ୍ୟାପିଙ୍ଗକୁ ଏକାଠି ଆଣିବ ଯାହାଦ୍ୱାରା ଛୋଟ ଘଟଣା ଗୁରୁତର ବିପଦରେ ପରିଣତ ହେବା ପୂର୍ବରୁ ହିଁ ଏହାକୁ ରୋକାଯାଇପାରିବ । ଇଣ୍ଟରାକ୍ଟିଭ କ୍ରାଇମ ମ୍ୟାପ ଅନେକ ସୋର୍ସରୁ ଡାଟା କଲେକ୍ଟ କରିବ ଯେପରିକି ସୋସିଆଲ ସର୍ଭିସ, ପୁ ଲିସ ରେକର୍ଡ ଏବଂ ଲୋକାଲ କାଉନସିଲ ଆଦି । ପୂର୍ବ ଅପରାଧର ଲୋକେସନ, ବାରମ୍ବାର ଅପରାଧ କରୁଥିବା ବ୍ୟକ୍ତିଙ୍କ ପାଟର୍ନର ବିଶ୍ଲେଷଣ କରିବ। ଏହି ପ୍ରୋଜେକ୍ଟ ସରକାରଙ୍କ ୫୦୦ ମିଲିୟନ ରିସର୍ଚ୍ଚ ଏବଂ ଡେଭଲପମେଣ୍ଟ ମିଶନର ଏକ ଅଂଶ ଏବଂ ୨୦୩୦ ସୁଦ୍ଧା ଏହି ପ୍ରୋଗ୍ରାମ ସମ୍ପୂର୍ଣ୍ଣ ଭାବରେ ଆରମ୍ଭ ହେବାର ଆଶା କରାଯାଉଛି । ପ୍ରାରମ୍ଭିକ ୪ ମିଲିୟନ ନିବେଶ ସହିତ ୟୁନିଭର୍ସିଟି, ବ୍ୟବସାୟ ଏବଂ ଟେକ୍ନୋଲୋଜି ପାର୍ଟନରର ରିସର୍ଚ୍ଚ ଟିମ ଏପ୍ରିଲ ୨୦୨୬ ସୁଦ୍ଧା ୱାର୍କିଙ୍ଗ ପ୍ରୋଟୋଟାଇପ ଡେଲିଭର କରିବାକୁ ଯାଉଛନ୍ତି ।

Leave a Reply

Your email address will not be published. Required fields are marked *