ନିୟୁଜ ଓଡିଶା ଲାଇଭ ବ୍ୟୁରୋ : ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପତି । ରାଜ୍ୟପାଳ ନବୀନ ନିବାସ ଯାଇ ନବୀନଙ୍କୁ ଭେଟିଥିଲେ ଏବଂ ତାଙ୍କର ସ୍ଵାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ । ଉଭୟଙ୍କ ମଧ୍ୟରେ କିଛି ସମୟ ଧରି ଆଲୋଚନ ହୋଇଥିଲା । ଡିହାଇଡ୍ରେସନ ଯୋଗୁଁ କିଛି ଦିନ ତଳେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ନବୀନ ପଟ୍ଟନାୟକ । ସୁସ୍ଥ ହୋଇ ସେ ଗତ ବୁଧବାର ରାତିରେ ଡିସଚାର୍ଜ ହୋଇଥିଲେ।
ନବୀନଙ୍କୁ ରାଜ୍ୟପାଳ ଭେଟିବା ନେଇ ବିଜେଡିର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର କହିଛନ୍ତି, ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପତି ଓଡିଶାବାସୀଙ୍କ ପ୍ରିୟନେତା ନବୀନ ପଟ୍ଟନାୟକଙ୍କୁ ଭେଟି ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭକରି ବିରୋଧୀ ଦଳନେତା ଖଡ଼ଗେ, ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଠାରୁ ଆରମ୍ଭ କରି ଅନେକ ଶୁଭେଛୁ ନବୀନଙ୍କ ସ୍ଵାସ୍ଥ୍ୟ ସଂପର୍କରରେ ପଚାରି ବୁଝିଛନ୍ତି ।