• Sat. Sep 20th, 2025

ଟିମ୍ ଇଣ୍ଡିଆର କେଉଁ ଖେଳାଳିମାନେ ଏବେ ବି ରହିଛନ୍ତି ଅବିବାହିତ ?

ByNewsodisha

Aug 26, 2025

ଭାରତୀୟ କ୍ରିକେଟ ଟିମରେ ଅନେକ ମହାନ୍ ଖେଳାଳି ରହିଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଖେଳାଳି ବିବାହ କରି ଖୁସିରେ ଘର ସଂସାର କରୁଥିବା ବେଳେ ଆଉ କିଛି ଖେଳାଳି ଏବେ ବି କୁଆଁରା ରହିଛନ୍ତି । ୨୭ ବର୍ଷୀୟ ରିଙ୍କୁ ସିଂହଙ୍କ ନିର୍ବନ୍ଧ ସାଂସଦ ପ୍ରିୟା ସରୋଜଙ୍କ ସହ ହୋଇ ସାରିଛି । ଆସନ୍ତା ନଭେମ୍ବରରେ ଦୁହେଁ ବିବାହ କରିବେ । ଟିମ୍ ଇଣ୍ଡିଆର ଟି-୨୦ ଟିମର ଅଧିନାୟକ ଶୁଭମନ ଗିଲ ବର୍ତ୍ତମାନ ସୁଦ୍ଧା ବିବାହ କରିନାହାନ୍ତି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ କନ୍ୟା ସାରାଙ୍କ ସହ ଗିଲଙ୍କର କେମିଷ୍ଟ୍ରି ଥିବା ନେଇ ମିଡ଼ିଆରେ ଚର୍ଚ୍ଚା ହୋଇଥାଏ । ମାତ୍ର ସେ ସିଙ୍ଗଲ ବୋଲି ଗିଲ୍‌ ସ୍ପଷ୍ଟ କରିଛନ୍ତି ।

ସେହିପରି ଓ୍ବିକେଟ କିପର-ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଏବେ ବି କୁଆଁରା ରହିଛନ୍ତି । ଆଇଶା ନେଗୀଙ୍କ ସହ ତାଙ୍କର ନାମ ଯୋଡ଼ା ଯାଇଥିଲା । ଈଶାନ କିଶାନ ମଧ୍ୟ ଏବେ ବି ଅବିବାହିତ ରହିଛନ୍ତି । ମଡେଲ ଆଦିତୀ ହୁଣ୍ଡିୟାଙ୍କ ସହ ତାଙ୍କର ଲିଙ୍କ ଖବର ସାମ୍ନାକୁ ଆସିଥିଲା । ଏହାଛଡ଼ା ଯଶସ୍ବୀ ଜୟସ୍ବାଲ, ଅଭିଷେକ ଶର୍ମା, ସାଈ ସୁଦର୍ଶନ, ଅଭିମନ୍ୟୁ ଈଶ୍ବରନ, ନିତିଶ ରେଡ୍ଡୀ, ଧ୍ରୁବ ଜୁରେଲ, ଓ୍ବାଶିଂଟନ ସୁନ୍ଦର, ଅର୍ଶଦୀପ ସିଂହ, କୁଲଦୀପ ଯାଦବ, ଉମରାନ ମଲିକ, ପୃତ୍ବୀ ଶ’ଙ୍କ ପରି ଖେଳାଳିମାନେ ଆଜି ପର୍ଯ୍ୟନ୍ତ ବିବାହ କରିନାହାନ୍ତି ।

ଅନ୍ୟପକ୍ଷରେ ବିବାହ କରିସାରିଥିବା ଖେଳାଳିଙ୍କ ମଧ୍ୟରେ ବିରାଟ କୋହଲି, ରୋହିତ ଶର୍ମା, ଯଶପ୍ରୀତ ବୁମ୍ରା, କେଏଲ ରାହୁଲ, ଶିଖର ଧବନ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡ଼େଜା, ରବିଚନ୍ଦ୍ରନ ଅଶ୍ବିନ, ଚେତେଶ୍ବର ପୂଜାରା, ସୂର୍ଯ୍ୟକୁମାର ଯାଦବ, ମହମ୍ମଦ ଶାମୀ, ଭୁବନେଶ୍ବର କୁମାର, ସଞ୍ଜୁ ସାମସନ, ୟୁଜବେନ୍ଦ୍ର ଚହଲ, ଦୀପକ ଚହର, ଅଜିଙ୍କ୍ୟ ରାହାଣେ, ଜୟଦେବ ଉନାଦକଟ, ଉମେଶ ଯାଦବ ରହିଛନ୍ତି । ବିବାହ ପରେ କିଛି ଖେଳାଳିଙ୍କର ତଲାକ ମଧ୍ୟ ହୋଇସାରିଛନ୍ତି ।

Leave a Reply

Your email address will not be published. Required fields are marked *