• Wed. Jul 29th, 2026

ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ହୋହଲ୍ଲା , ବାଚସ୍ପତିଙ୍କ ପୋଡିୟମ ଆଗରେ ନାରାବାଜି

ByNewsodisha

Sep 23, 2025

 ନିୟୁଜ ଓଡିଶା ଲାଇଭ ବ୍ୟୁରୋ: ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ହୋହଲ୍ଲା। ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ଅଭିଯୋଗରେ ବିଜେଡି କରିଥିଲା ପ୍ରତିବାଦ। ଗୃହର ମଧ୍ୟଭାଗରେ ନାରାବାଜି କରିଥିଲେ ବିଜେଡି ସଦସ୍ୟ। ସେହିପରି ନିଜ ଆସନରେ ଛିଡ଼ା ହୋଇ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିଥିଲେ। ଗୃହରେ ଅଚଳାବସ୍ଥା ଜାରି ରହିବାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ। ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା କମାଇ ଅଫିସରଙ୍କୁ ଅଧିକ କ୍ଷମତାଶାଳୀ କରିବା ନିଷ୍ପତ୍ତିକୁ ବିରୋଧ କରି ବିଜେପି ସରକାର ନିଷ୍ପତ୍ତିର ପୁନର୍ବିଚାର କରିବା ଜିଦରେ ଅଟଳ ରହିଛି ବିଜେଡି । ଜାତିର ପିତା ମହାତ୍ମା ଗାନ୍ଧି କହିଥିଲେ ଭାରତର ଆତ୍ମା ଗାଁରେ ଅଛି। ତେଣୁ ଗ୍ରାମବାସୀଙ୍କ ପାଖରେ କ୍ଷମତା ରହିବା କଥା। ଏଥିପାଇଁ ପଂଚାୟତ ପ୍ରତିନିଧିଙ୍କ ଜରିଆରେ କ୍ଷମତା ବିକେନ୍ଦ୍ରୀକରଣ କରାଯାଇଥିଲା। ହେଲେ ବିଜେପି ସରକାର ଏହାକୁ ସଂକୁଚିତ କରୁଛି ବୋଲି କହିଛି ବିଜେଡି। ପ୍ରବାବ ପୁରୁଷ ତଥା ଜନନାୟକ ବିଜୁ ପଟ୍ଟନାୟକ ଓ ବିଜେଡି ସଭାପତି ନବୀନ ପଟ୍ଟନାୟକ ପଂଚାୟତ ବ୍ୟବସ୍ଥାକୁ ସଶକ୍ତ କରିଥିଲେ। ହେଲେ ବିଜେପି ନିଜ ହିସାବରେ ନିଜ ଦଳର ନେତାଙ୍କୁ ଥଇଥାନ କରିବାକୁ ଚାହୁଁଛି। ଏହି ପ୍ରସଙ୍ଗ ଆଲୋଚନା ନକରି ଗୃହ ମୁଲତବି କରାଗଲା। ଆଜି ଗାନ୍ଧୀ ମାର୍ଗରେ ବିଜେଡି ଆନ୍ଦୋଳନ କରୁଛି। ନିଷ୍ପତ୍ତି ପ୍ରତ୍ୟାହାର ନହେବା ଯାଏଁ ବିଜେଡିର ଆନ୍ଦୋଳନ ପଲ୍ଲୀରୁ ଦିଲ୍ଲୀ ଯାଏଁ ହେବ ବୋଲି କହିଛି ବିଜେଡି।.

Leave a Reply

Your email address will not be published. Required fields are marked *