• Tue. Apr 21st, 2026

ଯାତ୍ରା ପାର୍ଟି ମାଲିକ ନାଣ୍ଡୁ ଧଳଙ୍କ ଆଗମନକୁ ନେଇ କଂଗ୍ରେସ ଭବନରେ ହାଇଡ୍ରାମା

ByNewsodisha

Oct 16, 2025

ନିୟୁଜ ଓଡିଶା ଲାଇଭ : ଭୁବନେଶ୍ଵର: ଆଜି କଂଗ୍ରେସ ଭବନ ବାହାରେ ହାଇଡ୍ରାମା ଦେଖିବାକୁ ମିଳିଛି। ଦଳରେ ସାମିଲ ହେବାକୁ ଆସି ଅନନ୍ତ ନାରାୟଣ ଓରଫ୍ ନାଣ୍ଡୁ ଧଳଙ୍କୁ ହଟହଟ୍ଟା ହେବାକୁ ପଡିଛି। ତୁଳସୀ ଗଣନାଟ୍ୟ ମାଲିକ ନାଣ୍ଡୁ ଧଳ କଂଗ୍ରେସରେ ମିଶିବାକୁ ଆସିଥିଲେ। ହେଲେ ଆସିବାବେଳେ କଂଗ୍ରେସ ଭବନରେ ତାଲା ପଡିଥିବା ଦେଖିବାକୁ ମିଳିଥିଲା। ପିସିସି ସଭାପତି ନୂଆପଡାରେ ଅଛନ୍ତି, କିଏ ଡାକିଛି ଜାଣିନି ବୋଲି କହିଛନ୍ତି କଂଗ୍ରେସ କର୍ମୀ। ସେପଟେ ନାଣ୍ଡୁ ଧଳ କହୁଛନ୍ତିି ମୁଁ ପିସିସି ସଭାପତିଙ୍କ ସହ କଥା ହୋଇଛି। ତାରା ପ୍ରସାଦ ବାହିନୀପତିଙ୍କ ସହ ମଧ୍ୟ କଥା ହୋଇଛି। କଂଗ୍ରେସ କାହାର ପୈତୃକ ସମ୍ପତ୍ତି ନୁହେଁ , କେହି ଅଟକାଇପାରିବେ ନାହିଁ। ମୁଁ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବି। କିନ୍ତୁ ସେ କଂଗ୍ରେସ ଭବନ ଭିତରକୁ ପଶିବାକୁ ଉଦ୍ୟମ ବେଳେ ବାହାରେ ଜଗିଥିବା ପୁଲିସ୍‌ କର୍ମୀମାନେ ତାଙ୍କୁ ଅଟକାଇଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି ମୁଁ ଦିଲ୍ଲୀ ଯିବି, ତାଙ୍କ କଥା ସେମାନେ ବୁଝିବେ। ମୁଁ ୨ ହଜାର ଲୋକ ନେଇ ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀରେ ଭେଟିବି।

Leave a Reply

Your email address will not be published. Required fields are marked *