‘ବର ବଧୂ’ ସହ ଚଳିତ ବର୍ଷ ଫେରୁଛନ୍ତି ଓଲିଉଡ ଅଭିନେତ୍ରୀ ଶିବାନୀ ସଙ୍ଗୀତା। ଏହି ଫିଲ୍ମରେ ଆପଣ ପାରିବାରିକ କାହାଣୀ, ବେକାରୀ ସମସ୍ୟା, ବନ୍ଧୁତା, ଡ୍ରାମା ସବୁକିଛି ର ତଡକା ପାଇପାରିବେ | ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ନିର୍ଦ୍ଦେଶକ ବିଶ୍ୱରଞ୍ଜନ ଏବଂ ପ୍ରଯୋଜନା କରିଛନ୍ତି ମୁମ୍ବାଇ ର ପ୍ରଯୋଜକ ଚନ୍ଦ୍ର ମଣି । ସିନେମାଟୋଗ୍ରାଫି ଦାୟିତ୍ୱ ସମ୍ଭାଲିଛନ୍ତି ବିଜିତେଷ ଦେ । ସେହିପରି କାହାଣୀ, ସ୍କ୍ରିନ ପ୍ଲେ ଓ ଡାଇଲଗ ଲେଖିଛନ୍ତି ବିଶ୍ୱରଞ୍ଜନ । ଏହି ଚଳଚ୍ଚିତ୍ର ଟି କୁ ଲେଖିବା ପାଇଁ ବିଶ୍ୱରଂଜନ ୨ ବର୍ଷ ରୁ ଅଧିକା ସମୟ ନେଇଥିଲେ | ତେବେ ଓଡିଶା ର ସଂସ୍କୃତି, ପରମ୍ପରା ଏବଂ ଆଜିର ଯୁବପିଢିଙ୍କ ଉପରେ ଏହି ଫିଲ୍ମ ଟି ଆଧାରିତ | ଏହି ଚଳଚ୍ଚିତ୍ରଟି ପ୍ରସ୍ତୁତ ହେବା ପାଇଁ ୨କୋଟି ୬୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି | ଏହି ଚଳଚ୍ଚିତ୍ର ରେ ବଲିଉଡ ସିଙ୍ଗର ପାପନଙ୍କର ଏକ ଗୀତ ଶୁଣିବାକୁ ପାଇବେ ଦର୍ଶକ | ‘ବର ବଧୂ’ ରେ ୩ ଟି ସମ୍ପର୍କ କୁ ଦେଖିବାକୁ ପାଇବେ ଦର୍ଶକ, ସମସ୍ତଙ୍କର ଭିନ୍ନ ଭିନ୍ନ ଯାତ୍ରା , କିନ୍ତୁ ଗୋଟିଏ ଇମୋସନ କୁ ନେଇ ଥିବା ଏହି ଚଳଚ୍ଚିତ୍ର ଆସନ୍ତା ଫେବୃଆରୀ ୧୩ ରେ ପ୍ରେକ୍ଷାଳୟ ରେ ରିଲିଜ ହେବାକୁ ଯାଉଛି | ଏହି ଫିଲ୍ମରେ ଶିବାନୀ ସଙ୍ଗୀତା ଏବଂ ଶୈଳେନ୍ଦ୍ର ମୁଖ୍ୟ ଭୂମିକାରେ ନଜର ଆସିବେ
