• Sun. Apr 19th, 2026

ଆଜି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ହେବ ଶେଷକୃତ୍ୟ ; ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟେଦାରେ ପୈତୃକ ଗାଁ କାଟେୱାଡିରେ ହେବ ଅନ୍ତିମ ସଂସ୍କାର

ByNewsodisha

Jan 29, 2026

ନିୟୁଜ ଓଡିଶା ଲାଇଭ ବ୍ୟୁରୋ : ଆଜି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ହେବ ଶେଷକୃତ୍ୟ। ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟେଦାରେ ପୈତୃକ ଗାଁ କାଟେୱାଡିରେ ହେବ ଅନ୍ତିମ ସଂସ୍କାର। ତାଙ୍କ ମରଶରୀରକୁ ବାରାମତିସ୍ଥିତ ବାସଭବନରେ ରଖାଯିବା ପରେ ସେଠାରେ ଲାଗିଥିଲା ଶୋକାକୁଳ ଜନତାଙ୍କ ଗହଳି। ବାସଭବନରୁ ବିଦ୍ୟା ପ୍ରତିଷ୍ଠାନକୁ ନିଆଯିବା ପରେ ସେଠାରେ ହେବ ତାଙ୍କର ଶେଷକୃତ୍ୟ। ଶେଷକୃତ୍ୟରେ ହଜାର ହଜାର ଲୋକ ସାମିଲ ହୋଇଛନ୍ତି। ସେପଟେ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ ବା AAIB ପକ୍ଷରୁ ପରେନସିକ ଯାଞ୍ଚ ଚାଲିଛି। ଗତକାଲି ରାମତିରେ ବିମାନ ଅବତରଣ ବେଳେ ଦୁର୍ଘଟଣାରେ ଅଜିତଙ୍କ ପାଓ୍ବାରଙ୍କ ପରଲୋକ ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ,  ଅବତରଣ ପରେ ଦୁଇ ଖଣ୍ଡ ହୋଇ ଜଳିଯାଇଥିଲା ଚାର୍ଟାର୍ଡ ଫ୍ଲାଇଟ। ଯାହାର ଭିଡିଓ ସାମ୍ନାକୁ ଆସିଥିଲା। ଗତକାଲି ସକାଳ ୮ଟା ୪୫ ମିନିଟରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ମୋଟ ୫ ଜଣଙ୍କ ଦେହାନ୍ତ ହୋଇଥିଲା। ଅଜିତ ପାୱାରଙ୍କ ସମେତ ଜଣେ ପିଏସଓ, ଜଣେ ଆଟେଣ୍ଡାଣ୍ଟ, ଜଣେ ପାଇଲଟ ଓ ଜଣେ ବିମାନ କର୍ମଚାରୀ ମୃତ୍ୟୁ ହୋଇଥିଲା। ଏହା ଅଜିତ ପାୱାରଙ୍କ ବ୍ୟକ୍ତିଗତ ବିମାନ ଥିଲା। ଅଜିତ ପାୱାର ଏକ କାର୍ଯ୍ୟକ୍ରମରେ ବାରାମତି ଯାତ୍ରା କରୁଥିଲେ।  ତାଙ୍କ ପରଲୋକରେ ମହାରାଷ୍ଟ୍ରରେ ୩ ଦିନିଆ ରାଜ୍ୟସ୍ତରୀୟ ଶୋକ ପାଳନ କରିବାକୁ ଘୋଷଣା କରାଯାଇଛି।ବାସଭବନରେ ପାର୍ଥିବ ଶରୀରକୁ ଦର୍ଶନ କରିଥିଲେ ବନ୍ଧୁ, ପରିଜନ ଓ ପ୍ରଶଂସକ।

Leave a Reply

Your email address will not be published. Required fields are marked *