• Sun. Nov 9th, 2025

କଟକରେ ଭସାଣ ଶୋଭାଯାତ୍ରାରେ ବୋହିଲା ରକ୍ତ

ByNewsodisha

Oct 4, 2025

କଟକରେ ଦୁର୍ଗା ମେଢ ଭସାଣ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଉଡିଲା ଢେଲାପଥର, ମାଡ ହେଲା କାଚ ବୋତଲ । ଢେଲା ମାଡ଼ରେ ଫାଟିଗଲା ଡିସିପିଙ୍କ ଆଖି ପତା । କାହାର ମୁଣ୍ଡ ଫାଟିଲା ତ କାହା ଗାଡି ଭାଙ୍ଗିଲା । କାଲି ବିଳମ୍ବିତ ରାତିରେ ଝାଞ୍ଜିରମଙ୍ଗଳା ପୂଜା କମିଟିର ଭସାଣ ବେଳେ ଗୀତ ବଜାଇବାକୁ ବିରୋଧ କରି ଦୁଇ ଗୋଷ୍ଠୀ ଭିତରେ ଘଟିଛି ଏପରି ରକ୍ତାକ୍ତ ସଂଘର୍ଷ । ଢେଲା ଓ କାଚ ବୋତଲ ମାଡ଼ରେ ଗୁରୁତର ହୋଇଛନ୍ତି ୬ ଜଣ । 
ରାତି ପ୍ରାୟ ୨ଟାରେ ଝାଞ୍ଜିରମଙ୍ଗଳା ଭାଗବତ ପୂଜା କମିଟିର ମେଢ ବିସର୍ଜନ ପାଇଁ ଶୋଭାଯାତ୍ରlରେ ଦେବୀଗଡା ଅଭିମୁଖେ ଯାଉଥିଲା l ଶୋଭାଯାତ୍ରାରେ ବାଜୁଥିବା ଗୀତକୁ ବିରୋଧ କରିଥିଲେ ସ୍ଥାନୀୟ ଲୋକ। ଏହାପରେ ଦରଘlବଜାର ଜେଲ ରୋଡର ଏକ ନିର୍ଦ୍ଧିଷ୍ଟ ଦିଗରୁ ହଠାତ ହୋଇଥିଲା ଢେଲାମାଡ଼ l ପରେ ଉଭୟ ଗୋଷ୍ଠୀ ମଧ୍ୟରେ ଢେଲା ଓ କାଚ ବୋତଲ ମାଡ ହୋଇଥିଲା । 
ଏଥିରେ କଟକ ଡିସିପି ରିଷିକେଷ ଖିଲାରି ଆହତ ହୋଇଛନ୍ତି । ଢେଲାମାଡରେ ଡିସିପିଙ୍କ ଆଖି ପତା ଫାଟି ପ୍ରବଳ ରକ୍ତସ୍ରାବ ହୋଇଛି। ସେହିପରି ୬ ଜଣ ଗୁରୁତର ହୋଇଥିବା ବେଳେ ସେଠି ଥିବା ଗାଡିମୋଟର ବି ଭାଙ୍ଗିଛି । 
ଗଣ୍ଡଗୋଳ ପରେ ସ୍ଥିତି କିଛି ସମୟ ଶାନ୍ତ ପଡିଥିଲା । ହେଲେ ରାଉସାପାଟଣା ମେଢ ଆସିବା ବେଳେ ପୁଣି ହୋଇଥିଲା ଢେଲା ମାଡ । ଏହାର ପ୍ରତିବାଦରେ ଶୋଭାଯାତ୍ରାରେ ଆସୁଥିବା ଲୋକ ରାସ୍ତା ଉପରେ ଧାରଣା ଦେବା ସହ ଭସାଣ ଶୋଭାଯାତ୍ରା ବନ୍ଦ କରିଥିଲେ l ଫଳରେ ରାତି ସାଢ଼େ ୨ଟା ପରେ ଏହି ରାସ୍ତାରେ ଭସାଣ ବନ୍ଦ ହୋଇଥିଲା । ବିସର୍ଜନ ନହୋଇ ଅଟକି ରହିଛି ୫୦ରୁ ଅଧିକ ମେଢ । ସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ରାପିଡ଼ ଆକ୍ସନ ଫୋର୍ସ ଓ ସିଆରପିଏଫ ଫୋର୍ସ ମୁତୟନ କରାଯାଇଛି

Leave a Reply

Your email address will not be published. Required fields are marked *