• Wed. Jul 29th, 2026

Arijit Singh Retirement Reason: କାହିଁକି ସଙ୍ଗୀତରୁ ଅବସର ନେଲେ ଅରିଜିତ୍ ସିଂହ ?

ByNewsodisha

Jan 28, 2026

ସିନେମା ଜଗତରେ ଅନେକ କଳାକାର ଅଛନ୍ତି ଯେଉଁମାନେ କେବଳ କାମ କରନ୍ତି ନାହିଁ ବରଂ ଲୋକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରନ୍ତି । ସେମିତି ଜଣେ ସଙ୍ଗୀତଜ୍ଞ ହେଉଛନ୍ତି ଅରିଜିତ ସିଂହ । ସିଏ ଏପରି ଜଣେ କଳାକାର ଯିଏ ସଙ୍ଗୀତ ଜଗତରେ ନିଜ ପାଇଁ ଏକ ଅନନ୍ୟ ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କ କଣ୍ଠ ସ୍ୱରର ଦେଶ ଏବଂ ବିଶ୍ୱରେ ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ଅରିଜିତ ପ୍ଲେବ୍ୟାକ୍ ଗାୟନରୁ ଅବସର ନେଇଯାଇଥିବା ଖବର ପ୍ରସାରିତ ହେବା ପରେ ତାଙ୍କ ପ୍ରଶଂସକମାନେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ।

ଜାନୁଆରୀ ୨୭ ତାରିଖରେ ଅରିଜିତଙ୍କ ପୋଷ୍ଟ ସୋସିଆଲ ମିଡିଆରେ ପ୍ରକାଶ ପାଇଥିଲା। ସେ ପ୍ଲେବ୍ୟାକ୍ ଗାୟକ ଭାବରେ ତାଙ୍କର ଅବସର ଘୋଷଣା କରିଥିଲେ । ସେ ଆଉ ଫିଲ୍ମ ପାଇଁ ଆଉ ଗୀତ ଗାଇବେ ନାହିଁ ବୋଲି ପୋଷ୍ଟରେ ଉଲ୍ଲେଖ କରିଥିଲେ । ଏହି ଖବର ତାଙ୍କର ଅନେକ ପ୍ରଶଂସକଙ୍କ ହୃଦୟକୁ ଭାଙ୍ଗି ଦେଇଥିଲା । ତେବେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ଅନେଙ୍କ ପ୍ରଶ୍ନ ଉଠିଛି । ଯେମିତିକି କାହିଁକି ଅରିଜିତ ଅବସର ନେଲେ ? ଏବଂ ଏତେ କମ୍ ବୟସରେ । ତାଙ୍କର ବୟସ ମାତ୍ର ୩୮ ବର୍ଷ, ଏବଂ ତାଙ୍କର ଫିଲ୍ମ କ୍ୟାରିଅର ମାତ୍ର ୧୫ ବର୍ଷ।

ଯଦିଓ ଅରିଜିତ ତାଙ୍କ ଅବସରର କାରଣ ସିଧାସଳଖ କହି ନଥିଲେ ସେ ତାଙ୍କ ପୋଷ୍ଟରେ କିଛି ଲେଖିଛନ୍ତି ଯାହା ସୂଚାଇ ଦେଉଛି ଯେ, ସେ ସଙ୍ଗୀତକୁ ଆହୁରି ଭଲ ଭାବରେ ଶିଖିବାକୁ ଏବଂ ବୁଝିବାକୁ ଚାହାଁନ୍ତି, ଏବଂ ସ୍ୱାଧୀନ ହୋଇ ନିଜ ଉପାୟରେ କାମ କରିବାକୁ ଚାହାଁନ୍ତି ଯେଉଁଥିପାଇଁ ସେ ପ୍ଲେବ୍ୟାକ୍ ଗାୟନରୁ ଅବସର ନେଇଛନ୍ତି। ଏହାର ଅର୍ଥ ସେ ଚଳଚ୍ଚିତ୍ରରେ ନାୟକ କିମ୍ବା ନାୟିକାଙ୍କ ପାଇଁ ଗୀତ ଗାଇବେ ନାହିଁ।

ଅରିଜିତ୍ ପୋଷ୍ଟରେ ଲେଖିଛନ୍ତି ଯେ, “ଭଗବାନ ମୋ ପ୍ରତି ବହୁତ ଦୟାଳୁ ଅଛନ୍ତି। ମୁଁ ଭଲ ସଙ୍ଗୀତକୁ ଭଲ ପାଏ ଏବଂ ଭବିଷ୍ୟତରେ ମୁଁ ଜଣେ ଛୋଟ କଳାକାର ଭାବରେ ଆହୁରି ଅଧିକ ଶିଖିବି ଏବଂ ନିଜେ ଆହୁରି ଅଧିକ କରିବି। ଆପଣଙ୍କ ସମର୍ଥନ ପାଇଁ ପୁଣି ଥରେ ଧନ୍ୟବାଦ।” ତାଙ୍କର ପୋଷ୍ଟ ସ୍ପଷ୍ଟ ଭାବରେ ସୂଚିତ କରୁଛି ଯେ ସେ ନିଜ ଅଭିବୃଦ୍ଧି ଉପରେ କାମ କରିବାକୁ ଚାହାଁନ୍ତି ନିଜକୁ ଶିଖିବା ପାଇଁ ସମୟ ଦେବାକୁ ଚାହାଁନ୍ତି ଯାହା କାରଣରୁ ସେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଯଦି ଏହା ହୁଏ ତେବେ ଆମେ ଭବିଷ୍ୟତରେ “ଅରିଜିତ ସିଂହଙ୍କ 2.0” ଅବତାର ଦେଖିପାରିବୁ।

Leave a Reply

Your email address will not be published. Required fields are marked *